Download Now Banner

This browser does not support the video element.

ଓରିଏଣ୍ଟ: ରେଙ୍ଗାଲି ଥାନା ଅନ୍ତର୍ଗତ ଝାରୁପଡା ଗ୍ରାମରେ ବଜ୍ରାଘାତରେ ଜଣେ ନବାଳକଙ୍କ ମୃତ୍ୟୁ

Orient, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରୁପଡା ଗ୍ରାମରେ ବଜ୍ରପାତରେ ଜଣେ ନବାଳକଙ୍କ ମୃତ୍ୟୁ ହୋଇଛି l ମୃତ ନାବାଳକ ଜଣକ ଝାରୁପଡା ଗ୍ରାମର ହେମନ୍ତ ରୋହିଦାସ ଙ୍କ ପୁଅ ପ୍ରେମସାଗର ରୋହିଦାସ(୧୬) ବୋଲି ଜଣାପଡ଼ିଛି l ସୂଚନା ଅନୁଯାୟୀ ଆଜି ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ପ୍ରେମସାଗର ତାଙ୍କ ବାପାଙ୍କ ସହିତ ବିଲରୁ କାମ ସାରି ସାଇକେଲରେ ଗ୍ରାମକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା l ବଜ୍ରପାତ ଫଳରେ ପ୍ରେମସାଗର ଘଟଣସ୍ଥଳ ରେ ଟଳି ପଡିଥିଲେ l ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
Read More News
T & CPrivacy PolicyContact Us