Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ଏଫଏମ ବିଶ୍ୱବିଦ୍ୟାଳୟରେ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର,ଯୋଗ ଦେଲେ ସାଂସଦ

Baleshwar M, Balasore | Aug 30, 2025
ଫକୀରମୋହନ ବିଶ୍ୱବିଦ୍ୟାଳୟ,ବାଲେଶ୍ୱର ଠାରେ ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର,ଭୁବନେଶ୍ୱର ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଉପଲକ୍ଷେ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଆଜି ପୂର୍ବାହ୍ନ ୧୧ ଟା ସମୟରେ ଉଦଘାଟନ ହୋଇଯାଇଛି।ସଭାରେ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ ପ୍ରସ୍ତାବନା କରିଥିଲେ।ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us