This browser does not support the video element.
ଆନନ୍ଦପୁର: କାନପୁର ଗାଁ ରେ ଭୂସ୍ଖଳନ ଘଟଣା, ଘଟଣାସ୍ଥଳ ଅନୁଧ୍ୟାନ କଲେ ବିଜେପି ନେତା ଓ ସାଂସଦ ପ୍ରତିନିଧି
Anandapur, Kendujhar | Aug 28, 2025
ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ନଦୀରେ ଲିନ ହେବାକୁ ବସିଛି ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଏହି ଖବର ପାଇ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ଜିଲ୍ଲା ପରିଷଦ ଟିକି କିସ୍କୁ, ସୁନିଲ ନାୟକ ପ୍ରମୁଖ ଆଜି ଅପରାହ୍ନ ୫ଟା ବେଳେ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ଥ ପରିବାରଙ୍କୁ ଭେଟି ଆଲୋଚନା କରିଛନ୍ତି। ଏନେଇ ସେମାନେ କେନ୍ଦୁଝର ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।