This browser does not support the video element.
ବୀରମିତ୍ରପୁର: ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ହାତିବାରୀରେ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆଗାଁରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଶେଷ
Biramitrapur, Sundargarh | Sep 9, 2025
ନୂଆଗାଁ ବ୍ଲକର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ଦୁଇଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ହାତିବାରୀରେ ମୋଟ ୭୭ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୬ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲା ବେଳେ ଜଣେ ଅନୁପସ୍ଥିତ ଥିଲା। ଏଠାରେ ନୂଆଗାଁ ଏ.ବି.ଇ.ଓ. ବାନେ କେଛୁଆ ଅବଜରଭର ଭାବେ ଯୋଗ ଦେଇଥିଲେ। ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆଗାଁରେ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧୦୮ ଜଣ ପରୀକ୍ଷାର୍ଥୀ ଭାବେ ଉପସ୍ଥିତ ଥିଲା ବେଳେ ୫ ଜଣ ଅନୁପସ୍ଥିତ ଥିଲେ । ନୂଆଗାଁ ଏ.ବି.ଇ.ଓ. ବନମାଳୀ ମଲ୍ଲିକ ଅବଜରଭର ଭାବେ ଯୋଗ ଦେଇଥିଲେ।