This browser does not support the video element.
ଦେବଗଡ: ସର୍କିଟ ହାଉସରେ ଅନୁଷ୍ଠିତ ତ୍ରିଦିବସୀୟ ଆଦି କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଉଦଯାପିତ
Debagarh, Debagarh (Deogarh) | Sep 4, 2025
ଦେବଗଡ଼ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟା ୬ ରେ ଉଦଯାପିତ ହୋଇଯାଇଛି । ତିଳେଇବଣି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ସଂନ୍ଧ୍ୟା ମାଝୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ଧରତୀ ଅବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାର ୫୨ଗୋଟି ଗ୍ରାମରେ ଏହି କାର୍ୟ୍ୟକ୍ରମ ଆଗାମୀ ଦିନରେ କାର୍ୟ୍ୟକାରୀ ହେବ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା ।