This browser does not support the video element.
ଜଳେଶ୍ବର: ଭେଲୁରା ବାଇପାସ ନିକଟରେ ଅଜଣା ଗାଡ଼ିକୁ ଧକ୍କା ଦେଇ ପିକଅପ ଚୁରମାର୍: ଖଲାସି ଗୁରୁତର
Jaleswar, Balasore | Sep 5, 2025
ଅଜଣା ଗାଡ଼ିକୁ ଧକ୍କା ଦେଇ ପିକଅପ ଚୁରମାର୍: ଖଲାସି ଗୁରୁତର ବସ୍ତା ଥାନା ୬0 ନମ୍ବର ଜାତୀୟ ରାଜପଥର ଭେଲୋରା ବାଇପାସ ନିକଟରେ ଅଜଣା ଗାଡ଼ିର ପଛକୁ ପିକଅପଟିଏ ଧକ୍କା ଦେବାରୁ ଘଟଣା ସ୍ଥଳରେ ପିକଅପଟିର ସମ୍ମୁଖ ଭାଗ ଚୁରମାର୍ ହୋଇଯାଇଥିବା ବେଳେ ଖଲାସି ଗାଡ଼ି ଭିତରେ ଚାପି ହୋଇ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଆଜି ଏକ ପିକଅପ ଭ୍ୟାନ ପରିବା ବୋଝେଇ କରିନେଇ ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ମୁହାଁ ଯାଉଥିଲା। ଭେଲୋରା ବାଇପାସ ଛକ ନିକଟରେ ହମ୍ପସ ଥିବା ପୂର୍ବାନୁମାନ ନକରି ପାରି ପିକଅପଟି ସାମନାରେ ଥିବା ଅନ୍ୟ ଏକ ଗାଡ଼ିର ପଛକୁ ଧକ୍କା ଦେଇଥିଲା।