This browser does not support the video element.
ଢେଙ୍କାନାଳ ସଦର: ନିହଲ ପ୍ରସାଦ ଗ୍ରାମରେ ସରକାରୀ ଜମିକୁ ନେଇ ଆକ୍ରମଣ, ବରପଦା ଚିକିତ୍ସାଳୟରେ ୨ ଗୁରୁତର ଆହତ ଭର୍ତ୍ତି
Dhenkanal Sadar, Dhenkanal | May 22, 2025
ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ନିହଲ ପ୍ରସାଦ ଗ୍ରାମରେ ଏକ ସରକାରୀ ଜମିକୁ ନେଇ ଆକ୍ରମଣରେ ୨ଜଣ ଗୁରୁତର ଆହାତ ହୋଇ ଗଁଦିଆ ନିକଟ ଚିକିତ୍ସାଳୟରେ ଗତକାଲି ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ନିହଲ ପ୍ରସାଦ ଗ୍ରାମର ଶହଦେବ ଦାସ ଓ ନକୁଳ ଦାସ ୨ଭାଇଙ୍କ ସହିତ ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଏକ ସରକାରୀ ଜମିକୁ କେନ୍ଦ୍ର କରି ବଚଷା ହୋଇଥିଲା । ୨ ଭାଇ ଏସଂପର୍କରେ ଏସପିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ ।