This browser does not support the video element.
ରେଢାଖୋଲ: ବଡମାଲ ଗ୍ରାମରେ ଜହ୍ନି ଓଷା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ
Rairakhol, Sambalpur | Oct 7, 2025
ବଡମାଲ ଗ୍ରାମରେ ଜହ୍ନି ଓଷା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବୁର୍ଡା ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ ଗ୍ରାମରେ ମଙ୍ଗଳବାର ସଂଧ୍ୟାରେ ଜହ୍ନି ଓଷା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର କୁଆଁରୀ ଝିଅ ମାନେ ଏକ ମାସ ପର୍ଯ୍ୟନ୍ତ ବ୍ରତ ରଖି ଏହି ଓଷା କୁ ପାଳନ କରିଥାନ୍ତି । ଏହି ଅବସରରେ ଆଜି ଏକ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , ସମିତି ସଭ୍ୟ ସଞ୍ଜୟ ବେହେରା , ଶିକ୍ଷାବିତ ଜୟନ୍ତ ମହାର ଓ କାଉନସିଲର ଅମରେଶ ନାଏକ ଯୋଗଦେଇ ଥିଲେ