Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ନିକାମହଲ ଠାରେ ଅନୁଷ୍ଠିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଟାଉନ ଥାନା ଅଧିକାରୀ

Baleshwar M, Balasore | Aug 23, 2025
ବାଲେଶ୍ଵର ର ଅନ୍ୟତମ ସର୍ବପୁରାତନ ସାମାଜିକ ସଂଘଠନ ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଶନିବାର ପୂର୍ବାହ୍ନ ୧୧ ଟାରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଟାଉନ ଥାନା ଆଇଆଇସି ବିଜୟ କୁମାର ଦାସ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ରିତିକ ଜି ଯୋଗ ଦେଇଥିଲେ। ମେଡ଼ିସିନ, ଅସ୍ତିଶଲ୍ୟ, ଶିଶୁ ରୋଗ ଏବଂ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us