This browser does not support the video element.
ସଦର: କଳାହାଣ୍ଡି ବିଜେଡି ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତିଙ୍କ ବିୟୋଗରେ ଭବାନୀପାଟଣା ସର୍କିଟ ହାଉସରେ ଶ୍ରଦ୍ଧାଞ୍ଜଳି, ଯୋଗଦେଲେ ବିଧାୟକ
Sadar, Kalahandi | Aug 25, 2025
କଳାହାଣ୍ଡି ବିଜେଡି ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତି ତଥା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଗତ ଶୁକ୍ରବାର ବ୍ରେନ୍ ଷ୍ଟ୍ରୋକ୍ ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକରେ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୨ମି ନିରବ ପ୍ରାର୍ଥନା କରାଯାଇଛି । ଏଥି ସହିତ ବିଜେଡି କର୍ମୀ ତାଙ୍କ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।