This browser does not support the video element.
ସୋର: ରୟାଲ ହୋଟେଲ ସଭାଗୃହରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ କର୍ଣ୍ଣାଟକର ସାଂସଦ
Soro, Balasore | Sep 4, 2025
ସୋର ପୌର ପାଳିକା ଅନ୍ତର୍ଗତ ଷ୍ଟେସନ ଛକରେ ଥିବା ରୟାଲ ହୋଟେଲ ସଭାଗୃହରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମୋତିଲାଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କର୍ଣ୍ଣାଟକ ହାସନ ଲୋକସଭା କ୍ଷେତ୍ରର ସାଂସଦ ଶ୍ରେୟସ ଏମ ପଟେଲ ଯୋଗଦେଇ ଦଳକୁ ତୃଣମୁଳ ସ୍ତରରୁ ସଂଗଠିତ କରିବା ପାଇଁ କର୍ମୀଙ୍କୁ ପରାମର୍ଶ ଦେବା ସହିତ ଜଣ ଜଣଙ୍କୁ ଭେଟି ଜିଲ୍ଲା ସଭାପତି ଚୟନ ପାଇଁ ମତାମତ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିସିସି ପକ୍ଷରୁ ବାଲେଶ୍ୱର ଜିଲ୍ଲା ପର୍ଯ୍ୟ ବେକ୍ଷକ ବିପ୍ଳବ ଚୌଧୂରୀ, ପ୍ରାକ୍ତନ ବିଧାୟକ ସୁରେନ୍ଦ୍ର ପରମାଣିକ ପ୍ରମୁଖ ଯୋଗଦେଇଥିଲେ।