This browser does not support the video element.
ହିନ୍ଦୋଳ: କୁମୁରିସିଙ୍ଗା ନିକଟରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟ
Hindol, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମହାଲୁଣ୍ଡl ଗ୍ରାମର ବ୍ୟବସାୟୀ ଗିରିଶ ସାହୁ (୫୫)ସ୍ଥାନୀୟ କୁମୁରିସିଙ୍ଗା ସାପ୍ତାହିକ ହାଟ ସାରି ଶନି ଦିବା ଏକ ଘଟିକା ସମୟରେ ନିଜ ଘରକୁ ଫେରୁଥିବା ବେଳେ ହାଟ ନିକଟରେ ତିନି ବାଇକ୍ ଲୁଟେରା ଗିରିଶଙ୍କୁ ଭୁଜାଲିରେ ହାଣି ଦେବାରୁ ସେ ବାଇରୁ ଖସି ପଡ଼ିଥିଲେ ।ଏହି ସମୟର ଲୁଟେରା ମାନେ ଗିରିଶଙ୍କ ବ୍ୟାଗ୍ କୁ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ l ସ୍ଥାନୀୟ ଲୋକ ଗିରିଶଙ୍କୁ ଉଦ୍ଧାର କରି ନିକଟସ୍ଥ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଗିରିଶଙ୍କ ଲିଖିତ ଅଭିଯୋଗ ପରେ ବାଲିମି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ l