This browser does not support the video element.
ଝାରସୁଗୁଡା: ବି.ଟି.ଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବ୍ରଦରସ୍ କ୍ଲବ ଦ୍ଵାରା ଆୟୋଜିତ ଶ୍ରୀ ଗଣେଶ ପୂଜାରେ ଅଂଶଗ୍ରହଣ କଲେ ଝାରସୁଗୁଡା ବିଧାୟକ
Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ବି.ଟି.ଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବ୍ରଦରସ୍ କ୍ଲବ ଦ୍ଵାରା ଆୟୋଜିତ ଶ୍ରୀ ଗଣେଶ ପୂଜାରେ ଅଂଶଗ୍ରହଣ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସନ୍ଧ୍ୟା ସାତଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀ ଗଣେଶଙ୍କ ଆଳତି କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଏହା ସହ ପୂଜା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ଝାରସୁଗୁଡା ବିଧାୟକ ଏବଂ ଵକ୍ରତୁଣ୍ଡ ବିଘ୍ନ ବିନାଶକ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ ବୋଲି ସେ କାମନା କରିଥିଲେ।