Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପାଡୁଆ ଥାନା ବଡ଼ ଦେବତା ଛକ ନିକଟରୁ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକ ସହ ଡ଼୍ରାଇଭରକୁ ଗିରଫ କରିଛି ପୋଲିସ

Pottangi, Koraput | Sep 10, 2025
ପାଡୁଆ ଅଞ୍ଚଳରୁ ହାଇଦ୍ରାବାଦ ଗଂଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପାଡୁଆ ପୋଲିସ l ବିଶେଷ ସୂତ୍ରରୁ ଖବର ପାଇ ବଡ଼ଦେବତା ଛକ ନିକଟରେ ପୋଲିସ ନାକା ବନ୍ଦୀ କରିଥିଲା l ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା l ପୋଲିସ ଡ୍ରାଇଭରକୁ ପଚାର ଉଚାର କରିବା ସମୟରେ ଡ୍ରାଇଭର ଆଚରଣକୁ ସନ୍ଦେହ କରି ଟ୍ରକକୁ ଯାଞ୍ଚ କରିଥିଲା ପୋଲିସ l ପ୍ରଥମେ କିଛି ପାଇ ନଥିଲା ପୋଲିସ କିନ୍ତୁ ଗାଡିରୁ ଗଂଜେଇର ଗନ୍ଧ ବାରିବାରୁ ଗାଡିକୁ ତନ ତନ କରି ଯାଞ୍ଚ କରିବାରୁ ଟ୍ରକ ଡାଲା ତଳ ଭାଗରେ ସ୍ୱତନ୍ତ୍ର ଚାମ୍ବରରୁ ବିପୁଳ ପରିମାଣ ଗଂଜେଇ ପ୍ୟାକେଟ ବାହାରି ଥିଲା।
Read More News
T & CPrivacy PolicyContact Us