This browser does not support the video element.
ବଲାଙ୍ଗୀର: ବୁରଡ଼ା ନିକଟରେ ଚଳନ୍ତା ବାଇକ୍ ରୁ ଖସି ମହିଳା ଗୁରୁତର ମେଡିକାଲ ରେ ଭର୍ତ୍ତି
Balangir, Balangir | Sep 5, 2025
ବୁରଡ଼ା ନିକଟରେ ଚଳନ୍ତା ବାଇକ୍ ରୁ ଖସି ମହିଳା ଗୁରୁତର ବଲାଙ୍ଗୀର ଜିଲ୍ଲାର ବୁରଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ବାଇକ୍ରୁ ଖସି ପଡ଼ି ତେଲେନପାଲି ନିବାସୀ ଜଣେ ମହିଳା ଗୁରୁତର ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ତତ୍କ୍ଷଣାତ୍ ଭୀମଭୋଇ ମେଡିକାଲ୍ କଲେଜ୍ରେ ଆଜି ସନ୍ଧ୍ୟା ୬ ଟା ସମୟରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେଥି ପାଇଁ ସ୍ପଷ୍ଟତା ମିଳିନାହିଁ।