This browser does not support the video element.
ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ଠାରେ ସ୍ଵପ୍ନେଶ୍ୱର କୃଷକ ସଂଘର ଏକ ସଭା ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Sep 9, 2025
ପୁରୁଷୋତ୍ତମପୁର ଠାରେ ଆଜି ସ୍ଵପ୍ନେଶ୍ୱର କୃଷକ ସଂଘର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନ ୩ ଟା ସମୟରେ ଅନୁଷ୍ଠିତ ଏହି ସଭାରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ଥିଲେ । ପ୍ରଥମେ ସ୍ଵପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ବିଧାୟକ ଶ୍ରୀ ସେଠୀ ଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ପରେ କୃଷକ ମାନେ ବିଭିନ୍ନ ସମସ୍ୟା ନେଇ ବିଧାୟକ ଶ୍ରୀ ସେଠୀ ଙ୍କ ସହ ଆଲୋଚନା କରିଥିଲେ । ସେପଟେ ଚାଷୀଙ୍କ ରହିଥିବା ସମସ୍ୟା ଗୁଡ଼ିକ ଖୁବ୍ ଶୀଘ୍ର ସମାଧାନ କରାଯିବା ନେଇ ବିଧାୟକ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଥିଲେ ।