Download Now Banner

This browser does not support the video element.

ଦଶପଲ୍ଲା: ଏନ୍ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ହରିଡ଼ାବାଡ଼ିରେ ପାଣି ପମ୍ପ ସମ୍ମୁଖରେ ପାନୀୟ ଜଳ ପାଇଁ ଗରା ବାଲଟି ରଖି ପ୍ରତିବାଦ କଲେ ମହିଳା

Dasapalla, Nayagarh | Apr 19, 2024
ଦଶପଲ୍ଲା ଏନ୍ଏସିରେ ପାଣି ପାଇଁ ବିଭିନ୍ନ ସ୍ଥାନରେ ବିବାଦ ମୁଣ୍ଡ ଟେକିଲାଣି | ଯାହାର ଫଳ ସ୍ୱରୂପ ୧୦ ନମ୍ବର ୱାର୍ଡ (ହରିଡ଼ାବାଡ଼ି) ରେ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଦେଖିବାକୁ ମିଳିଥିଲା | ସ୍ଥାନୀୟ ପାଣି ପମ୍ପ କାର୍ଯ୍ୟକ୍ଷମ କରି ପାଇପ୍ ଜଳ ଯୋଗାଣ ଦାବି କରି ମହିଳା ମାନେ ପମ୍ପ ହାଉସ୍ ସମ୍ମୁଖରେ ଗରା ବାଲଟି ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ | ଖବର ପାଇ ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ବିଭାଗୀୟ ଅଧିକାରୀଙ୍କ ସହିତ ଘଟଣା ସ୍ଥଳରେ ପହଂଚି ତୁରନ୍ତ ପାଣି ପମ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶୃତି ଦେଇଥିଲେ |
Read More News
T & CPrivacy PolicyContact Us