This browser does not support the video element.
ଢେଙ୍କାନାଳ ସଦର: ହରିହରପୁର ଗ୍ରାମରେ ଗଣେଶ କ୍ଲବର ରୌପ୍ୟ ଜୟନ୍ତୀ ସମାରୋହ
Dhenkanal Sadar, Dhenkanal | Aug 30, 2025
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଗୁଳେହି ଗ୍ରାମପଞ୍ଚାୟତ ହରିହରପୁର ଗ୍ରାମର ଗଣେଶ କ୍ଲବର ଗଣେଶ ପୂଜାର ରୌପ୍ୟ ଜୟନ୍ତୀ ଚଳିତ ବର୍ଷ ମହା ସମାରୋହରେ ପାଳିତ ହେଉଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଉପ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର ସମ୍ମାନୀତ ଅତିଥି ବ୍ୟଙ୍ଗକବି ଶ୍ରୀ ଶତ୍ରୁଘ୍ନ ମାଟି,ଶିକ୍ଷାବିତ ଲକ୍ଷ୍ମୀଧର ମିଶ୍ର,ବିଶିଷ୍ଟ ପାଲା ଗାୟକ ଦୁର୍ଗା ଚରଣ ମହାପାତ୍ର,ସମାଜସେବୀ ତଥା ବିଚାରକ ରତିକାନ୍ତ ଗଡ଼ନାୟକ,ଭ୍ରମରବର ସାମଲ,ରମାରଞ୍ଜନ ଗଡ଼ନାୟକ ଏବଂ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସୀନ ହୋଇଥିଲେ ।