This browser does not support the video element.
ସୋର: ଶିଙ୍ଗାଖୁଣ୍ଟା ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଗୁଡ଼ପୋଚ ନଷ୍ଟ, ବାଇକ ସହ ଦେଶୀମଦ ଜବତ, ଅଭିଯୁକ୍ତ ଫେରାର
Soro, Balasore | Sep 30, 2025
ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ବାଇକ ଏବଂ ଦେଶୀମଦ ଜବତ କରିଥିବା ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମରେ ଚଢ଼ାଉ କରି ୨୮୫୦ ଲିଟର ଗୁଡପୋଚ ନଷ୍ଟ କରିବା ସହିତ ୨୨୦ ଲିଟର ଦେଶିମଦ ଜବତ କରିଥିଲେ। କିନ୍ତୁ ଚଢ଼ାଉ ପୂର୍ବରୁ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଉଲ୍ଲାସଖଡ଼ଗପୁର ଛକ ନିକଟରେ ଚଢ଼ାଉ କରି ଓଆର ୦୧ ଏନ ୪୩୯୭ ବିଶିଷ୍ଟ ଏକବାଇକ ସହ ୧୨୦ ଲିଟର ଦେଶୀମଦ ଜବତ କରିଥିଲେ।