Download Now Banner

This browser does not support the video element.

ଝାରସୁଗୁଡା: ଖୈରକୁଣି ଅଞ୍ଚଳିକ ବିଦ୍ୟାଳୟରେ “ବିଦ୍ୟା” ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜିତ, ୯ ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ

Jharsuguda, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍‌ର ଖୈରକୁଣି ଅଞ୍ଚଳିକ ବିଦ୍ୟାଳୟରେ ଆଜି ଗୁରୁବାର ସକାଳ ଏଗାରଟା ସମୟରେ “ବିଦ୍ୟା” ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବେଦାନ୍ତ ଆଲୁମିନିୟମ୍‌ ସମର୍ଥନରେ ଏବଂ ପ୍ରମୁଖ ସାମାଜିକ ସଂଗଠନ ଆଜକା ଙ୍କ ପରିଚାଳନାରେ ଏହି ପ୍ରକଳ୍ପକୁ କାର୍ଯ୍ୟାନ୍ବିତ କରାଯାଉଛି। ଲଖନପୁର ଅଞ୍ଚଳର କିଛି ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷକଙ୍କ ନିଯୁକ୍ତି ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ମାନକୁ ଉନ୍ନତ କରିବା ଏହି ବିଦ୍ୟା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
Read More News
T & CPrivacy PolicyContact Us