This browser does not support the video element.
ରେଢାଖୋଲ: ଧଉରାଖମଣ ଗ୍ରାମ ନିକଟ ଜଂଗଲରେ ପଞ୍ଚରାପାଟ ଦେବୀଙ୍କ ପୂଜା ସମ୍ପନ୍ନ
Rairakhol, Sambalpur | Oct 7, 2025
ଧଉରାଖମଣ ଗ୍ରାମ ନିକଟ ଜଂଗଲରେ ପଞ୍ଚରାପାଟ ଦେବୀଙ୍କ ପୂଜା ସମ୍ପନ୍ନ ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଧଉରାଖମଣ ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ଯରେ ସାପଘରା ନାମକ ପାହାଡର ପଞ୍ଚରାପାଟ ପୀଠରେ ମଙ୍ଗଳବାର ଅପରାହ୍ନରେ ବହୁ ପ୍ରତୀକ୍ଷିତ ପଞ୍ଚରାପାଟ ଦେବୀଙ୍କ ପୂଜା ସମାପନ ହୋଇ ଯାଇଛି।ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲାର ଶତାଧିକ ଜନସାଧାରଣ ସହିତ ପଡୋଶୀ ଅନୁଗୁଳ ଜିଲ୍ଲାରୁ ମଧ୍ଯ ଅନେକ ମାନସିକଧାରି ଆଜି କୁମାର ପୂର୍ଣିମା ତିଥିରେ ସମାଗମ ହୋଇ ଘଞ୍ଚ ଜଙ୍ଗଲ ମଧ୍ଯରେ ପୂଜା ସାମଗ୍ରୀ ଧରି ପହଞ୍ଚିଥିଲେ l