This browser does not support the video element.
ସତ୍ୟବାଦୀ: ସୁଭଦ୍ରା ଯୋଜନା ଷ୍ଟିକର ମରାକୁ ନେଇ ବିବାଦ ଥାନାରେ ଅଭିଯୋଗ
Satyabadi, Puri | Sep 13, 2024
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ବାଘସାହି ଗ୍ରାମରେ ସୁଭଦ୍ରା ଯୋଜନା ଷ୍ଟିକର ମରାକୁ ନେଇ ବିବାଦ। ସତ୍ୟବାଦୀ ଥାନାରେ ଅଭିଯୋଗ। ରାଜ୍ୟ ସରକାର ଘରେ ଘରେ ସୁଭଦ୍ରା ଯୋଜନାକୁ ପହଞ୍ଚାଇବାକୁ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଘସାହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ଆଜି ଦିନ ୧୨ଟାରେ ଷ୍ଟିକର ମାରିବା ସମୟରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଗଣ୍ଡଗୋଳ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡ଼ି କର୍ମୀ। ଅଭିଯୋଗକୁ ଭିତିକରି ସତ୍ୟବାଦୀ ପୋଲିସ ତଦନ୍ତ ଜାରି ରଖିଛି।