This browser does not support the video element.
ରାୟଗଡା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏଚ୍. ଆଇ.ଭି/ଏଡ଼ସ୍ ସଚେତନତା ସଚେତନ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ
Rayagada, Rayagada | Sep 10, 2025
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରେଡ୍ ରିବନ୍ କ୍ଳବ୍ (RRC) ଦ୍ଵାରା ଏଚ୍. ଆଇ.ଭି/ଏଡ଼ସ୍ ସଚେତନତା ପଦଯାତ୍ରା ଓ ସଚେତନ ସଭା ଆୟୋଜିତ ହୋଇଯାଇଅଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ସଦସ୍ୟ, ୟୁଥ୍ ରେଡ୍ କ୍ରସ ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନେ କଲେଜ୍ କ୍ୟାମ୍ପସ ଓ ପ୍ରାନ୍ତୀୟ ରାସ୍ତାରେ ସଚେତନତା ରାଲି କରି “ ସଚେତନ ହୁଅ, ସୁରକ୍ଷିତ ରୁହ ”, “ଜ୍ଞାନ ହିଁ ସୁରକ୍ଷା, ଅଜ୍ଞାନ ହେଉଛି ବିପଦ” ପରି ସ୍ଲୋଗାନ ଉଚ୍ଚାରଣ କରିଥିଲେ। ତା’ପରେ କଲେଜ୍ ସଭାଗୃହରେ ବିଶେଷ ସଚେତନ ସଭା ଆୟୋଜିତ ହୋଇଥିଲା।