This browser does not support the video element.
କରଞ୍ଜିଆ: ଡିଆଯୋଡ଼ି ଗ୍ରାମରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ୭୮ ତମ ପ୍ରତିଷ୍ଠା ଦିବସ ପାଳିତ,ଜିଲ୍ଲା ସଭାପତିଙ୍କ ଯୋଗଦାନ
Karanjia, Mayurbhanj | May 3, 2025
କରଞ୍ଜିଆ ବ୍ଲକ ଡିଆଯୋଡ଼ି ଗ୍ରାମ ଠାରେ ଆଜି ଅପରାହ୍ନ ୫ ଘଟିକା ସମୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଭୁବନ ସାହୁଙ୍କ ସଭାପତିତ୍ବରେ ୭୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଜାତୀୟ ପିତା ମହାତ୍ମା ଗାନ୍ଧୀ,ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଫଟୋ ଚିତ୍ରରେ ସମସ୍ତେ ମାଲ୍ୟାର୍ପଣ କରିଥିଲେ। ୭୮ ବର୍ଷ ପୂର୍ବେ ସ୍ଥାପିତ ହୋଇଥିବା ବେଳେ ଶ୍ରମିକ ମାନଙ୍କ ସ୍ବାର୍ଥ ନିମନ୍ତେ ଏହି ସଂଗଠନ ଆଜି ମଧ୍ୟ କାର୍ଯ୍ୟରତ ରହିଛି ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଥିଲେ।