This browser does not support the video element.
ପୁରୀ ମ୍ୟୁନିସିପାଲଟି: ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ବୁଡ଼ିଯିବା ବେଳେ ଲାଇଫ ଗାର୍ଡଙ୍କ ଦ୍ୱାରା ଉଦ୍ଧାର l
Puri M, Puri | Sep 3, 2025
ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ପ୍ରିୟବ୍ରତ ଦାସ। ଆଜି ପରିବାର ସହ ପ୍ରିୟବ୍ରତ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଗଭୀର ସମୁଦ୍ର ଭିତରୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।