This browser does not support the video element.
ପାଲଲହଡା: ପାଳଲହଡା ମେଡ଼ିକାଲ ଠାରେ ଫଳକ ଭାଙ୍ଗିବା ଘଟଣାରେ ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ
Palalahada, Angul | Nov 11, 2024
ଅନୁଗୋଳ ଜିଲ୍ଲା ପାଳଲହଡା ମେଡ଼ିକାଲ ଠାରେ ଫଳକ ଭାଙ୍ଗିଥିବା ଘଟଣାରେ ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ, ରଜଡଙ୍ଗ ଗ୍ରାମର ଜଣକୁ ପାଳଲହଡା ପୋଲିସ ଗିରଫ କରିଥିବା ସୋମବାର ଅପରାହ୍ନ ୪ଟା ସମୟରେ ଜଣାପଡ଼ିଛି। ସୁଚନା ଅନୁସାରେ କିଛି ଦିନ ଆଗରୁ ପାଳଲହଡା ମେଡ଼ିକାଲ ଠାରେ ବିଜେପି ପକ୍ଷରୁ ଉଦ୍ଘାଟନ କାର୍ଯ୍ୟକ୍ରମ ଆଗରୁ ବିଜେଡି କର୍ମୀମାନେ ବିରୋଧ କରି ଫଳକ ଭାଙ୍ଗିଥିଲେ। ପୋଲିସ ଏହାକୁ ବିରୋଧ କରିବା ବେଳେ କିଛି କର୍ମୀ ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ରଜଡଙ୍ଗ ଗ୍ରାମର ପ୍ରଶାନ୍ତ ସାମଲ ଗିରଫ ହୋଇଥିବା ଜଣପଡିଛି।