This browser does not support the video element.
କୋଟପାଡ: କୋଟପାଡ଼ ଠାରେ ନକଲି ସାର ଗୋଦାମ ଉପରେ ଚଢାଉ, ଏନେଇ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ତିହସିଲଦାର ଟ୍ୱିଙ୍କେଲ ସେଠି l
Kotpad, Koraput | Sep 1, 2025
କୋଟପାଡ଼ ଠାରେ ନକଲି ସାର ଗୋଦାମ ଉପରେ ଚଢାଉ, ଏନେଇ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ତିହସିଲଦାର ଟ୍ୱିଙ୍କେଲ ସେଠି l କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ସମବାର ଅପରାହ୍ନ ୨ ଟା ସମୟରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା, ଏକ ସିଲେଇ ମେଶିନ ଏବଂ ବିଭିନ୍ନ ପ୍ରକାର ସାର ବସ୍ଥା ରହିଛି । ଏହାସହ ଏର୍ଥ ୱେ ଏଗ୍ରି କଲଚର ପ୍ରାଇଭେଟ ଲିମିଟେଡ଼, ରାଜସ୍ଥାନ ଜୟପୁର ବୋଲି ଏକ ସୂଚନା ଫଳକ ରହିଥିବା ଜଣାପଡିଛି। ନକଲି ସାର ଦୋକାନ ସିଲ କରାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ତିହସିଲଦାର l