This browser does not support the video element.
ପୋଡିଆ: ଓଡିଶା ଡ୍ରାଇଭର ସଂଘ ପ୍ରତିଷ୍ଠା ଦିବସରେ ସୀମାବର୍ତ୍ତୀ ପଡିଆରେ ବିଶାଳ ରାଲି ଆୟୋଜିତ
Podia, Malkangiri | Sep 1, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଓଡିଶା ଡ୍ରାଇଭର ସଂଘର ପଡିଆ ଶାଖା ପକ୍ଷ୍ୟରୁ ରାଜ୍ୟ ସଂଘର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଶତାଧିକ କାର୍ଯ୍ୟରତ ଡ୍ରାଇଭରଙ୍କୁ ନେଇ ବସ୍ ଷ୍ଟାଣ୍ଡ ଠାରୁ ଏକ ବିଶାଳ ରାଲି ଯୋଗେ ପଡିଆ ସ୍ଥିତ ନୂତନ ବ୍ଲକ କର୍ଜ୍ୟାଳୟ ପର୍ଯ୍ୟନ୍ତ ବାହାରି ପୁଣି ବସ୍ ଷ୍ଟାଣ୍ଡ ରେ ଶେଷ କରିଛନ୍ତି। ଏହି ସମୟରେ ଡ୍ରାଇଭର ସଂଘର ପ୍ରତିଷ୍ଠା, ଏକତା, ନିଶା ମୁକ୍ତ ଡ୍ରାଇଭର ସମାଜ ଗଠନ, ଦେଶର ଅର୍ଥନୀତି ରେ ନିଜର ଭୁମିକା ସମେତ ଦେଶର ପ୍ରଗତିର ଡ୍ରାଇଭର୍ଙ୍କ ନିରନ୍ତର ସେବା ବାବଦରେ ନାରା ଦିଆଯାଉଥିବା ଦେଖିବାକୁ ମିଳିଛି