This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଟି ସି ଆଇ ଛକରୁ ଆଇ ଡି ସି ରାସ୍ତା ଜଳାର୍ଣ୍ଣବ, ସାଧାରଣ ଜନ ଜୀବନ, ଯାତ୍ରୀ ହନ୍ତସନ୍ତ
Raurkela M, Sundargarh | Aug 28, 2024
ଟି ସି ଆଇ ଛକରୁ ଆଇ ଡି ସି ରାସ୍ତା ଜଳାର୍ଣ୍ଣବ, ସାଧାରଣ ଜନ ଜୀବନ, ଯାତ୍ରୀ ହନ୍ତସନ୍ତ ରାଉରକେଲା ଟି ସି ଆଇ ଛକରୁ ଆଇ ଡି ସି ରୋଡରେ ବୁଧୁବାର ସକାଳ ପ୍ରାୟ ୮ ରୁ ପାଣି ଭରି ରହିଥିବା ସୂଚନା ମିଳିଛି। ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ଅସ୍ଥାବ୍ୟସ୍ତ ହୋଇ ପଡ଼ିଛି। ଏହି ରାସ୍ତାର ଓଭର ବ୍ରିଜ ନିକଟରେ ଏବଂ ମାର୍କେଟରେ ସବୁଠାରୁ ଅଧିକ ପାଣି ଜମି ରହିଛି। ଲୋକ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବାଇକ୍ ଆରୋହୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ପାଣି ଅଧିକ ଥିବାରୁ ବାଇକ୍ , ସ୍କୁଟି ଆଦି ରେ ପାଣି ପଶିବା ଦ୍ୱାରା ଗାଡି ବନ୍ଦ ହୋଇ ଯାଉଛି।