This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଆଇ ପି ଏସ ସ୍ତରରେ ବଡ ଧରଣର ଅଦଳ ବଦଳ,ବାଲେଶ୍ଵର ଜିଲ୍ଲାରେ ନୂତନ ଡିଆଇଜି ଭାବେ ପିନାକ ମିଶ୍ର,ଏସପି ପ୍ରତ୍ୟୁଷ ଦିବାକର
Baleshwar M, Balasore | Aug 21, 2025
ଆଜି ଗୃହ ବିଭାଗ ଆଇ ପି ଏସ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛି।ବାଲେଶ୍ଵର ପୂର୍ବାଞ୍ଚଳ ଡି ଆଇ ଜି ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ କୁ ବଦଳି କରିଥିବା ବେଳେ ଏସପି ରାଜ ପ୍ରାସାଦ ଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି।ସେମାନଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ର ଙ୍କୁ ବାଲେଶ୍ଵର ପୂର୍ବାଞ୍ଚଳ ଡି ଆଇ ଜି,ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଙ୍କୁ ବାଲେଶ୍ଵର ଏସପି ଭାବେ ନିଯୁକ୍ତ କରାଯାଇଛି। ଏ ସଂପର୍କରେ ଆଜି ରାତି ୯ ଟା ସମୟରେ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।