This browser does not support the video element.
ଲକ୍ଷ୍ମୀପୁର: କୁମ୍ଭାରୀପୁଟ ଘାଟିରେ ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ, ଚାଳକ ଗୁରୁତର
Lakshmipur, Koraput | Aug 23, 2025
ବନ୍ଧୁଗାଁ ଥାନା କୁମ୍ଭାରୀପୁଟ ଘାଟିରେ ଏକ ଟ୍ରକ ଓଲଟି ପଡି ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି।ଏନେଇ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅପରାହ୍ନ ୩ଟା ସମୟରେ ସୂଚନା ଦେଇଛନ୍ତି। ରାୟଗଡା ଜିଲ୍ଲା ଟିକିରି ସ୍ଥିତ ଆଲୁମିନା ଫେକ୍ଟ୍ରି ରୁ ବକ୍ସାଇଟ ପାଉଡର ବୋଝେଇ କରି ଓଡିଏଏଲ-୪୫୬୮ ନମ୍ବର ଟ୍ରକ ବନ୍ଧୁଗାଁ ବ୍ଲକ ଦେଇ ବିଶାଖାପାଟଣାମ ଅଭିମୁଖେ ଯାଉଥିବା ବେଳେ କୁମ୍ଭାରୀପୁଟ ଘାଟିରେ ବ୍ରେକ ଫେଲ ହୋଇ ତଳକୁ ଖସି ପଡିଥିଲା।ଫଳରେ କିଛି ଲୋକଙ୍କ ସହାୟତାରେ ଟ୍ରକ ଚାଳକ ଙ୍କୁ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।