This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
Dabugan, Nabarangpur | Sep 8, 2025
ଆଜି ପାପଡାହାଣ୍ଡି ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି | ଏକ ସଚେତନତା ଶୋଭାଯାତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରି ଗ୍ରାମ ପରିକ୍ରମା କରିଥିଲା | ସରକାରି ଲାଲ ବାହାଦୂର ହାଇସ୍କୁଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରି ପୂର୍ଣ୍ଣ ଚନ୍ଦ୍ର ପୁଜାରି, ବାଲକଦାସ ରନ୍ଧାରି,ଅଙ୍ଗନବାଡ଼ି କର୍ମୀ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ | ବୈଠକରେ ସାକ୍ଷରତା ନେଇ ଆଲୋଚନା ହୋଇଥିଲା |