This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ବାନ୍ଦେନଟିକ୍ରା ଗ୍ରାମବାସୀ
Bargarh, Bargarh (Baragarh) | Sep 13, 2025
ନିର୍ମାଣ ହେଉଥିବା ଟ୍ରକ ପାର୍କିଙ୍ଗକୁ ବିରୋଧ କରି ତୋରା ପଞ୍ଚାୟତ ବାନ୍ଦେନଟିକ୍ରା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି | ଶନିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ | ଏହି ନିର୍ମାଣ ଦ୍ୱାରା ଗ୍ରାମର ଛାତ୍ରଛାତ୍ରୀ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି | ଏହାସହ ଗ୍ରାମବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ଏହି ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାସ୍ତା ରୋକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।