This browser does not support the video element.
ଜମନକିରା: ଜମନକିରା ରେ ବିଶ୍ୱକର୍ମା ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ
Jamankira, Sambalpur | Sep 19, 2025
ଜମନକିରା ଠାରେ ଧୁମଧାମ ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଥିବା ବେଳେ ଶୁକ୍ରବାର ରାତିରେ ଏହାର ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜମନକିରା ଲୁହୁରା ପଡା, ଜମନକିରା ମା ସମଲେଶ୍ୱରୀ ଟେମ୍ପୁ ଚାଳକ ସଂଘ ଓ ଜମନକିରା ମଟର ଚାଳକ ସଂଘ ସହିତ ବିଭିନ୍ନ ସ୍ଥାନରେ ଗତ ୩ ଦିନ ଧରି ବିଶ୍ୱକର୍ମାଙ୍କ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତ୍ରି ପ୍ରାୟ ୯ ଟାରେ ଭସାଣି କାର୍ଯ୍ୟକ୍ରମ ଧୁମଧାମ ରେ ଆୟୋଜିତ ହୋଇଥିବା ବେଳେ ଜମନକିରା ବସଷ୍ଟାଣ୍ଡ ରୁ ରାଧାକୃଷ୍ଣ ପଡା ପର୍ଯ୍ୟନ୍ତ ଏକ ରେଲି ବାହାରି ପୋଖରୀ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ଶୋଭାଯାତ୍ରା ରେ ଶତାଧିକ ଭକ୍ତ ମାନେ ଯୋଗ ଦେଇଥିଲେ।