Download Now Banner

This browser does not support the video element.

ସୋନପୁର: ବାଜି ମାରିଲେ ଆଦିବାସୀ ପୁଅ ନାରାୟଣପୁର ଗାଁର ଭବ୍ୟ ସ୍ବାଗତ

Sonapur, Subarnapur (Sonepur) | Sep 29, 2025
ଗାଁର ସୁନାପୁଅକୁ ଗାଁ ମାଟିରେ ଭବ୍ୟ ସ୍ୱାଗତ କଲେ ଗ୍ରାମବାସୀ ଓ ପରିବା ସଦସ୍ୟ । କାରଣ ଗାଁର ଆଦିବାସୀ ସରଳ ପୁଅ ଏବେ ଅଫିସର ହୋଇ ଲୋକଙ୍କ ସେବା କରିବ । ନିଜ ଜନ୍ମ ମାଟିରେ ଏବେ ଏଭଳି ସ୍ୱାଗତ ପାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁରା ଗାଁର ସୁନା ପୁଅ ବିଳ୍ପବ କିଶୋର ଭୋଇ । କାରଣ ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବିପ୍ଳବ ୩୨୨ ରେଙ୍କରେ ସଫଳତା ପାଇ ନାରାୟାଣପୁର ଗାଁ ସମେତ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ବାପା ଜଣେ ସାଧାରଣ ପ୍ରଥାମିକ ବିଦ୍ୟାଳୟ ଶିକ୍ଷକ ଓ ମାଁ ଅଙ୍ଗନବାଡି କର୍ମୀ ହୋଇଥିବାବେଳେ ପୁଅ କିନ୍ତୁ ଏବେ ହେବାକୁ ଯାଉଛନ୍ତି ବଡ ଅଫିସର ।
Read More News
T & CPrivacy PolicyContact Us