This browser does not support the video element.
ଆନନ୍ଦପୁର: ଶିବନାରାୟଣପୁର ଗ୍ରାମରେ ଶହଶହ ଏକର ଚାଷଜମି ଜଳମଗ୍ନ, ହୋଇପାରୁନି ଜଳ ନିଷ୍କାସନ#jansamasya
Anandapur, Kendujhar | Aug 25, 2025
ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଦ୍ବାରା ହାଟଡିହି ବ୍ଳକ୍ ବଂଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଗ୍ରାମର ଅନେକ ଚାଷୀଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ୪ଦିନ ହେଲା ଚାଷଜମି ଜଳମଗ୍ନ ରହିଥିବାରୁ ଧାନଗଛ ସବୁ ପଚି ନଷ୍ଟ ହେବାକୁ ବସିଛି। ବିଲଗୁଡ଼ିକରେ ଏବେ ୩ଫୁଟ ଉଚ୍ଚର ପାଣି ରହିଛି। ମୁଗୁପୂର ମାଇନର କେନାଲରେ ଆବଶ୍ୟକ କଲଭର୍ଟ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲିଆଜି ଦିନ୩ଟା ବେଳେ ଚାଷୀମାନେ ଅଭିଯୋଗ କରିଛନ୍ତି।