This browser does not support the video element.
ଫୁଲବାଣୀ ସହର: ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାର ସୃଜନ ସଂଗଠନ ବୈଠକ ସ୍ଥାନୀୟ ଆର.ଡି ବଙ୍ଗଳା ପରିସରରେ ଅନୁଷ୍ଠିତ
Phulabani Town, Kandhamal | Sep 5, 2025
ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାର ସୃଜନ ସଂଗଠନ ବୈଠକ ସ୍ଥାନୀୟ ଆର.ଡି ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସାଙ୍ଗଠାନିକ ବୈଠକରେ AICC ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ଯୋଶୀ ଏବଂ PCC ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ଓ ବକୋଲି ସେଠୀ ଯୋଗ ଦେଇ ଦଳୀୟ କର୍ମୀମାନଙ୍କୁ ସାଙ୍ଗଠାନିକ ଦୃଢ଼ତା ପାଇଁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ସଭାପତି ଚୟନ ନିମନ୍ତେ ଯେଉଁମାନେ ନୋମିନେସନ କରିବା ଆଶାୟୀ ଅଛନ୍ତି, ସେମାନଙ୍କ ନାମରେ ଗ୍ରୁପ ଗ୍ରୁପ କରି କର୍ମୀମାନଙ୍କୁ ଡାକି ମତାମତ ମାନ ନେଇ ଲେଖିନେଇ ଗ୍ରହଣ କରିଥିଲେ।