This browser does not support the video element.
ଢେଙ୍କାନାଳ ସଦର: ଗୋପାଳପୁର ଗ୍ରାମ ନିକଟ ନାଳରେ ବୁଡ଼ି ଶିଶୁ ପୁତ୍ର ମୃତ
Dhenkanal Sadar, Dhenkanal | Aug 2, 2025
ଢ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମ ନିକଟ ନାଳରେ ବୁଡି ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗୋପାଳପୁର ଗ୍ରାମର ଜଗବନ୍ଧୁ ତରାଇଙ୍କ ୭ବର୍ଷର ଶିଶୁପୁତ୍ର ଆଦିତ୍ୟ ସମବୟସ୍କ ୩ଜଣ ସାଂଗଙ୍କ ସହିତ ଗ୍ରାମ ନିକଟ ନାଳକୁ ଗାଧୋଇବାପାଇଁ ଯାଇ ଆଉ ଫେରି ନଥିଲେ। ଅନ୍ୟ ୨ଜଣ ଆସିଥିବା ବେଳେ ଆଦିତ୍ୟ ନ ଆସିବାରୁ ପରିବାର ଲୋକ ନାଳରେ ଖୋଜାଖୋଜି କରିବାପରେ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଅପରାହ୍ନ ୩ଟାରେ ଡାକ୍ତର ମୃତ ଘୋଷଣା କରିଥିଲେ ।