This browser does not support the video element.
ଜୟପୁର: ଗଣେଶ ପୂଜା ପାଇଁ ଜୟପୁର ପୌରସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଉପ ଜିଲ୍ଲାପାଳ ଦେଲେ ସୂଚନା
Jeypore, Koraput | Aug 21, 2025
ଶାନ୍ତି ଶୃଙ୍ଖଳାରେ ଗଣେଶ ପୂଜା ନେଇ ଆଜି ଜୟପୁର ପୌର ସଭା ଗୃହ ରେ ଏକ ପ୍ରସ୍ତୁତି ଆଜି ସଂନ୍ଧ୍ୟା 5 ଟା 30 ମିନିଟ ସମୟରେ ବୈଠକ ଅନୁଷ୍ଠିତ ହୋଇଛି I ଏହି ବୈଠକ ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଅକା ବରମ.ସସ୍ୟାରେଡ୍ଡୀ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଦାନ ଙ୍କ ସହ ଜୟପୁର ସହରାଞ୍ଚଳର ବିଭିନ୍ନ ପୂଜା ମଣ୍ଡପ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାର ଅ˚ଶଗ୍ରହଣ କରିଥିଲେ।