Download Now Banner

This browser does not support the video element.

ବସ୍ତା: ବସ୍ତା ବାଇପାସ ଡ଼ାଇଭର୍ସନ ନିକଟରେ ଟ୍ରକ ଧକ୍କାରେ ଏକ କାର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ

Basta, Balasore | Sep 6, 2025
ବସ୍ତା ଥାନା ୬0ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ଡ଼ାଇଭର୍ସନ ନିକଟରେ ଟ୍ରକ ଧକ୍କାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ମୁତାବକ ଆଜି ରାତି ପ୍ରାୟସମୟରେ ଏକ କାର (ଓଡ଼ି ୦୧ଏସି ୮୬୫୦) ବାଲେଶ୍ବର ପଟୁ ବାଲିଆପାଳ ଅଭିମୁଖେ ଯିବା ସମୟରେ ବସ୍ତା ବାଇପାସର ଡ଼ାଇଭର୍ସନ ନିକଟରେ ବାମକୁ ବୁଲିଥିଲା। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଓଭରଟେକ୍ କରିବାକୁ ଯାଇ ଏକ ଅଜଣା ଟ୍ରକ କାରର ସାମନା ପାରିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ କାରଟିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଥିବା ବେଳେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରୁ ଟ୍ରକଟି ଚମ୍ପଟ୍ ମାରିଛି।
Read More News
T & CPrivacy PolicyContact Us