This browser does not support the video element.
ସୋନପୁର: ଅପହରଣର ୩୦ ଘଂଟା ପରେ ପୁରୀରୁ ଉଦ୍ଧାର ହେଲା ସହରରୁ ନିଖୋଜ ଥିବା ଶିଶୁ। ଶିଶୁ : ୨୦ ଲକ୍ଷ ମୁଣ୍ଡ ଜାମିନ ରଖିଥିଲା ଅପହରଣକାରୀ।
Sonapur, Subarnapur (Sonepur) | Sep 9, 2025
ସୋନପୁର ରୁ ଅପହରଣ ହୋଇଥିବା ଶିଶୁପୁତ୍ର ୩୦ ଘଂଟା ପରେ ପୁରୀରୁ ଉଦ୍ଧାର ହୋଇଥିବା ବିଶେଷ ସୁତ୍ରରୁ ସୂଚାନ ମିଳିଛି । ଶିଶୁ ପୁତ୍ରକୁ ଅପହରଣ କରି ପରିବାର ଲୋକଙ୍କୁ ୨୦ ଲକ୍ଷ ଦାବୀ କରୁଥିବା ଅପହରଣକାରୀ ଶେଷରେ ଶିଶୁଟିକୁ ଛାଡି ଫେରାର ମାରିଥିବା ଜଣାଯାଇଛି । ଗତ ୭ ତାରିଖ ରବିବାର ସଂଧ୍ୟା ସମୟରେ ସୋନପୁର ସହରର ଜଣେ ଶିଶୁପୁତ୍ରକୁ ଅପହରଣ କଲାପରେ ରାତି ୯ ଟା ସମୟରେ ଶିଶୁର ବାପାକୁ ହ୍ୱାଟସଆପ କଲ କରି ୨୦ ଲଙ୍କା ଟଙ୍କା ମାଗିଥିଲା । ଶିଶୁପୁତ୍ରକୁ ସେ ଅପହରଣ କରିଥିବାନେଇ ସୂଚନା ଦେବାସହ ୨୦ ଲକ୍ଷ ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବବୋଲି ମଧ୍ୟ ଧମକ ଦେଇଥିଲା ।