This browser does not support the video element.
ବାଙ୍ଗିରିପୋଷି: ବ୍ରାହ୍ମଣଗାଁ ଗ୍ରାମର ହତ୍ୟାକାରୀ ଭାଇକୁ ୫ବର୍ଷ କାରାଦଣ୍ଡାଦେଶ
Bangiriposi, Mayurbhanj | Jul 14, 2025
ଜମିଜମା ଘଟଣାକୁ କେନ୍ଦ୍ର କରି ଭଉଣୀକୁ ଭାଇ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ସୋମବାର ମାମଲାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ଅଭିଯୁକ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହିତ ୨୦ହଜାର ଟଙ୍କାର ଜୋରିମାନା ଅନାଦେୟ ଅଧିକ ୧ମାସର କାରାଦଣ୍ଡ ଭୋଗିବାକୁ ଉଲ୍ଲେଖ କରିଛନ୍ତି। ଆସାମୀ ଜଣକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଗ୍ରାମର ବୁଢ଼ାନ ହେମ୍ବ୍ରମ । ଏ ନେଇ ଆଜି ଦିବା 4 ଘଟିକା ସମୟରେ ସରକାରୀ ଓକିଲ ସୁଚନାଦେଇ ଛନ୍ତ