This browser does not support the video element.
ଗୋବିନ୍ଦପୁର: ବାମରା ଠାରେ ୟୁରିଆ ସାର ନିଅଣ୍ଟ, ଶୀଘ୍ର ଯୋଗାଇ ଦେବା କୁ ଦାବି
Govindpur, Sambalpur | Sep 2, 2025
ବାମରା ବ୍ଲକ ରେ ଥିବା ସମବାୟ ସମିତି କୁ ୟୁରିଆ ସାର ନିଅଣ୍ଟ ପଡ଼ୁଥିବା ରୁ ଚଳିତ ବର୍ଷ ଚାଷ ପ୍ରଭାବିତ ହେବା ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅନ୍ୟ ପଟେ ସାର୍ ର ଅଭାବୀ ବିକ୍ରି ଯୋଗୁଁ ପ୍ରାଇଭେଟ୍ ଡିଲର ମାନେ ଚଢ଼ା ଦର ରେ ସାର୍ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ରହିଛି। ସୂଚନା ମୁତାବକ ଚକିତ ବର୍ଷ ଭଲ ବର୍ଷା ହୋଇଥିବା ରୁ ଚାଷୀ ମାନେ ଭଲ ଧାନ ଚାଷ ପାଇଁ ଆଶା ରଖିଥିଲେ। ମାତ୍ର ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଓ ଗଡପୋଷ ସ୍ଥିତ ସମବାୟ ସମିତି ଗୁଡ଼ିକୁ ଆବଶ୍ୟକତା ଅନୁସାରେ ୟୁରିଆ ସାର୍ ନ ଆସିବା ରୁ ଚାଷୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି।