This browser does not support the video element.
ଗୋବିନ୍ଦପୁର: ନୁନିଆମୁଣ୍ଡା ଠାରେ ହାଇୱା ଗାଡ଼ି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ହାଇବା ଜବତ ଚାଳକ ଅଟକ
Govindpur, Sambalpur | Sep 2, 2025
ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଅନ୍ତର୍ଗତ ନୁନିଆଁମୁଣ୍ଡା ଠାରେ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ବାମରା ବ୍ଲକ ଉଚ୍ଚକାପାଟ ଗ୍ରାମର ପ୍ରଶାନ୍ତ ବେହେରା ଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ସେ ମଙ୍ଗଳବାର ଦିନ ଏକ ବାଇକ୍ ଯୋଗେ ନିଜ ଘର କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡ଼ି ସହ ତାଙ୍କ ମୁହାମୁହି ଧକ୍କା ହୋଇଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିବା ସହ ହାଇୱା ଗାଡ଼ି କୁ ଜବତ କରି ଚାଳକ କୁ ଅଟକ ରଖିଛନ୍ତି।