Download Now Banner

This browser does not support the video element.

ବଲାଙ୍ଗୀର: ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଚାଉଳ ବୋଝେୟୀ ଟ୍ରକ୍ ରେ ଗଞ୍ଜେଇ ଜବତ୍ ବେଳେ ଧରିଲା ପୋଲିସ

Balangir, Balangir | Aug 25, 2025
ବଲାଙ୍ଗୀରରେ ପୁଣି ଧରାପଡ଼ିଛି ଗଞ୍ଜେଇ । ଏକ ଚାଉଳ ବୋଝେଇ ମିନି ଟ୍ରକ -ତୁଷୁରା-ଗୁଡ଼ଭେଲା ରାସ୍ତା ଦେଇ ଯାଉଥିବା ବେଳେ ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଟ୍ରକ ଡ୍ରାଇଭର ଚାଉଳ ବୋଝେଇ ଟ୍ରକକୁ ଛାଡ଼ି ଫେରାର ହୋଇଯାଇଥିଲା। ଚାଉଳ ଟ୍ରକଟିକୁ ପୋଲିସ ଚଢ଼ାଉ କରି ଜବତ କରିବା ପରେ ଟ୍ରକରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲା। ଟ୍ରକରେ ୨୦୦ ବସ୍ତା ଚାଉଳ ଯାଉଥିବା ବେଳେ ଚାଉଳ ବୋଝେଇ ଟ୍ରକରୁ ୧୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଟ୍ରକଟି କନ୍ଧମାଳ -ବୌଦ୍ଧ ପଟରୁ ଆସୁଥିଲା।
Read More News
T & CPrivacy PolicyContact Us