This browser does not support the video element.
ଗୋବିନ୍ଦପୁର: ବାମରା ବସଷ୍ଟାଣ୍ଡ ରେ ଦୋକାନ ଉପରକୁ ପଡ଼ିଗଲା ଗଛ, ବାଇକ୍ ଓ ସାଇକେଲ କ୍ଷତିଗ୍ରସ୍ତ
Govindpur, Sambalpur | Sep 10, 2025
ବାମରା ବସଷ୍ଟାଣ୍ଡ ଠାରେ ଥିବା ଗଛ ପଡ଼ି ଏକ ଦୋକାନ ଭାଙ୍ଗି ଯାଇଥିବା ବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ଅନୁସାରେ ବୁଧବାର ଅପରାହ୍ନ ପ୍ରାୟ ୪ ଟାରେ ବାମରା ବସଷ୍ଟାଣ୍ଡ ନିକଟରେ ଥିବା ଏକ ବହୁ ପୁରୁଣା ଗଛଟି ହଠାତ ମୂଳରୁ ଉପୁଡି ଯାଇଥିଲା। ଫଳରେ ଗଛକୁ ଲାଗି ରହିଥିବା ଷ୍ଟେସନବସ୍ତି ଅଞ୍ଚଳର ରାଜେଶ ପାଶୀଙ୍କ ଦୋକାନ ଉପରେ ପଡ଼ି ଯିବାରୁ ଦୋକାନ ଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ଏହା ସହ ବିଜୁ ପଟ୍ଟନାୟକ ଛକ ନିବାସୀ ମଙ୍ଗୁ ମିଶ୍ରଙ୍କ ନୁଆଁ ବାଇକ ଏବଂ ୨ ଗୋଟି ସାଇକେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।