Download Now Banner

This browser does not support the video element.

ଖଲ୍ଲିକୋଟ୍: ଭିକାପଡ଼ା ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମିହିର ପରିଡା ଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 13, 2025
ଭିକାପଡ଼ା ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପି ବରିଷ୍ଠ ନେତା ମିହିର ପରିଡା ଙ୍କ ଆଜି ପରଲୋକ ଘଟିଛି। ସ୍ବର୍ଗତ ମିହିର ପରିଡା ପୂର୍ବ ରୁ ୧୧ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ସେ ଖଲ୍ଲିକୋଟ ଅଞ୍ଚଳ ରେ ଜଣେ ଲୋକ ପ୍ରିୟ ନେତା ଥିଲେ। ତେବେ ଆଜି ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟା ୫ ଟା ସମୟରେ ମୃତଦେହ କୁ ଭିକାପଡା ସ୍ଥିତ ବାସଭଵନ କୁ ଅଣାଯାଇଥିଲା। ଖବର ପାଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଗ୍ରାମରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Read More News
T & CPrivacy PolicyContact Us