Download Now Banner

This browser does not support the video element.

ସୋର: ଛତ୍ରପୁର ଗ୍ରାମରେ ମା ଦୁର୍ଗାଙ୍କ ଭସାଣି ସମୟରେ ଏକ ଡିଜେକୁ ଜବତ କଲା ସୋର ପୁଲିସ

Soro, Balasore | Oct 3, 2025
ସୋର ପୌର ପାଳିକା ଅନ୍ତର୍ଗତ ଛତ୍ରପୁର ନିକଟରୁ ମା ଦୁର୍ଗାଙ୍କ ଭସାଣିରେ ନିୟୋଜିତ ଥିବା ଏକ ଡିଜେକୁ ସୋର ପୁଲିସ ଜବତ କରି ଥାନାରେ ୩ ଜଣଙ୍କୁ ଅଟକ ରଖିଥିଲା । ସୂଚନା ଅନୁସାରେ ଗତକାଲି ଦଶହରା ପର୍ବ ସହ ମାଆ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିଲା। ପ୍ରଶାସନ ତରଫରୁ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଛତ୍ରପୁର ମାଆ କଞ୍ଚାଖାଇ ଦୁର୍ଗାଙ୍କ ମେଢ଼ ଭସାଣିରେ ଏକ ଡିଜେ ନିୟୋଜିତ ହୋଇଥିଲା।ପୁଲିସ ଏଥିରେ ହସ୍ତକ୍ଷେପ କରିଥିବା ବେଳେ ଶୋଭାଯାତ୍ରାରେ ଆସିଥିବା ଯୁବକ ମାନେ ବିରୋଧ କରିବାରୁ ପୁଲିସ ନିରବ ରହିଥିଲା। ପରେ ବିଳମ୍ବିତ ରାତି ୨. ୩୦ ମିନିଟରେ ଭସାଣିସରିଥିଲା।
Read More News
T & CPrivacy PolicyContact Us