This browser does not support the video element.
ଢେଙ୍କାନାଳ ସଦର: କାଇମାଟି ଗ୍ରାମର ରଶିଲଗାଇ ଯୁବକଙ୍କ ଆତ୍ମହତ୍ୟା
Dhenkanal Sadar, Dhenkanal | Sep 29, 2025
ଢେଙ୍କାନାଳ ସଦର ଥାନା କାଇମାଟି ଗ୍ରାମରେ ଘଟିଛି ଅଘଟଣ । ଗ୍ରାମରେ ନିରୋଦ ବେହେରାଙ୍କ ପୁଅ ବିବେକାନନ୍ଦ ବେହେରା ଘର ଭିତରେ ରଶି ଲଗାଇ ଦେଇଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ମୁଖ୍ୟ ଚିକିତ୍ସାଳୟଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ରବିବାର ରାତି ୯ଟା ୪୫ର ଏହି ଦୃଶ୍ୟ |