This browser does not support the video element.
ଛତ୍ରପୁର: ବ୍ରହ୍ମପୁର ସ୍ଥିତ ମିଡ୍ ଟାଉନ ଲଜରେ ସେକ୍ସ ରାକେଟ, ଯୁବତୀ ଉଦ୍ଧାର, ୪ ଗିରଫ
Chhatrapur, Ganjam | Sep 11, 2025
ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଛକ ନିକଟରେ ଥିବା ମିଡ୍ ଟାଉନ ଲଜରେ ସେକ୍ସ ରାକେଟ ଚାଲୁଥିବା ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି। ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲଜ ମ୍ୟାନେଜରଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ପୋଲିସ ।